Disneyland 1972 Love the old s
kkallol.xtgem.com

ଦିନେ ତମରି ପାଁଇ ଏଇ ସହରରେ ମୁଁ ଦିବାନା ଥିଳି
==============

ଅନୁରାଧା,
ସ୍ୱପ୍ନମାନେ ମୋର ଦିଳରେ ଘର ବାଁଧିବାଠୁ
ତମରି ପାଁଇ ଏଇ ସହରରେ ମୁଁ ଦିବାନା ଥିଳି

ଅନୁରାଧା,
ଶବ୍ଦମାନେ କଳମ ସ୍ପର୍ଶରେ ଶ୍ୱାୟେରୀ ହେବାକୁ ଖୋଜୁଥିବା ବେଳେଠୁ
ତମରି ପାଁଇ ଏଇ ସହରରେ ମୁଁ ଶ୍ୱାୟର ଥିଳି

ଦିନେ ତମରି ପାଁଇ ଏଇ ସହରରେ ମୁଁ ଦିବାନା ଥିଳି
ଦିନେ ତୋମରି ପାଁଇ ଏଇ ସହରରେ ମୁଁ
ସଜେଇଥିଳି ସବୁଜ ବଗିଛା

ତମରି ପାଁଇ ଶବ୍ଦର ମାଳା ବନେଇ
ଆଜି ଖୋଜି ପାଏନି ବଞ୍ଚି ରହିବାର ଶବ୍ଦ

ତମରି ପାଁଇ ସ୍ମୃତିମାନକୁ ଭାବି ଭାବି
ଶୂନ୍ଯତାର ପିୟଳାରେ ହାଥ ଦେଇ

ଫେଁକି ଦେଇ ......
ଭାଙ୍ଗି ଦେଇ ......

ଚାରିଆରେ କାଁଞ୍ଚରୁ ଟୁକୁରା !

କାଁଞ୍ଚ କାଟେ କି କାଟେନି ଜାନିନି

ତମ ଆଁଖିର କାଜଳ
ମୋ ଦିଳରେ ଛୁରି ମାରିବାଠୁ
ମୁଁ ରକତରେ ଭିଜା ଭିଜା

ଦିନେ ତମରି ପାଁଇ ଏଇ ସହରରେ ମୁଁ
ମୁଛାଫିର ହେଇ ଆସୁଥିଳି
ଦିଳ ଭିତରରେ ଦର୍ଦମାନକୁ ରଖି ରଖି
ଦିନେ ତମରି ପ୍ରେମରେ ପରିଥିଳି

ଆଜି କଣ କରିବି
କଣ କରିବି
ହାଥରେ ଉଠେଇ ନେବି କଣ ମଦିରାରୁ ବଟଳ

ମଦିରା କଣ ଭୁଳେଇ ଦେଇ ପାରିବେ
ତମକୁ ଭୁଳେଇ ପାରିବ କଣ ସ୍ମୃତିର
ଦିନଳିପିର ଅସଂଖ୍ଯ ସଂଳାପ

ଅନୁରାଧା,
ଅ' ମୋର ଦିଳରୁବା,
ତମ ଆଙ୍ଗୁଳିରେ ଧରିବାଠୁ
ମୁଁ ତମରି ଆଶିକ ଥିଳି
ଫାଳ୍ଗୁନର ହାୱାରେ ତୋମ ବାଳ ଉରିବାଠୁ
ମୁଁ ହେଆ ଉଠିଥିଳି ଆଜନ୍ମ ଆୱାରା

ତମ ଗୁମସୁମ ନେୟନାରେ ଡୁବି ଯିବାଠୁ
ଏଇ ସହରରେ ମୁଁ ଦିବାନା ହେଇ ଚାଳିଥିଳି

ସମୟକୁ ବାନ୍ଧି ରଖି ପାରିନି
ବେଦର୍ଦୀ ଦୁନିୟାରେ ରିସ୍ତାରୁ ବନ୍ଧନ ଟୁଟି ଯାୟ

ଆଜି ତମେ ନାଇ
ସ୍ମୃତିମାନ ଜାଗି ଆଛି

...... ଗୁମସୁମ ଗୁମସୁମ
ତେରୀ ନେୟନା .......
ଗୋଟିଏ ପୁରଣି ଗୀତ
ଦିଳ ଭିତରରେ ଝରୁଛି
ଶରତରୁ ଶୀତ !

ତମେ ପାସୁରି ଯାଉଛି ସହଜରେ
ମୁଁ ଏତେ କଷ୍ଟ କରି ଭି ପାସୁରି ପାରିନି

"ଦିନେ ତମରି ପାଁଇ ଏଇ ସହରରେ ମୁଁ
ଦିବାନା ଥିଳି"

ණ କନ୍ଦର୍ପଜିତ କଳ୍ଳୋଳ